ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ। ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ। ଶ୍ରୀ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତି ହେତୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଝିରେ ମଝିରେ ସ୍ଥଗିତ ରଖାଯାଉଛି । ପୂର୍ବରୁ ରତ୍ନଭଣ୍ଡାରର କାନ୍ଥ ପ୍ଲାଷ୍ଟରିଙ୍ଗ କାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଚଟାଣରେ ମରାମତି କାର୍ଯ୍ୟ କରାଯିବା ସହ ଆବଶ୍ୟକସ୍ଥଳରେ ପଥର ପରିବର୍ତ୍ତନର କାର୍ଯ୍ୟ କରାଯାଉଛି ।
