ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ

ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ରହିବ । ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡିରୁ ଧାନ ଉଠିନପାରିବା ଓ ବେକାରୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ସାଜିବ । ଏନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ସରିଥିବା ଉଭୟ ଦଳର ବିଧାୟକମାନେ କହିଛନ୍ତି । ବିଜେଡି ମହିଳା, ଚାଷୀ, ଆଇନଶୃଙ୍ଖଳା ପରିସ୍ଥିତି ବେକାରୀ ସମସ୍ୟା ନେଇ ଲଢିବ ବୋଲି କହିଛନ୍ତି ପ୍ରମିଳା। ବିଜେଡି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡ଼ି -କଂଗ୍ରେସ ବିଧାନସଭାରେ ମିଳିତ ଭାବେ ସ୍ବର ଉଠାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସାଂପ୍ରଦାୟିକ ଶକ୍ତିକୁ ରୋକିବାକୁ ଧର୍ମନିରପେକ୍ଷ ଶକ୍ତି ଏକାଠି ହେଲେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ