ଆଜିଠୁ ବଢିବ କାଳବୈଶାଖୀ ପ୍ରଭାବ,୨୮ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜିଠୁ ବଢିବ କାଳବୈଶାଖୀ ବର୍ଷାର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରିଅଲ ଫିଲ୍‌ ବା ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍‌ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଅନୁଭୂତ ହେବ। ତେବେ ମେ ମାସ ଶେଷ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗେଇବା ସହିତ ଏହା ପ୍ରଭାବରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ସମ୍ଭବତଃ ୨୮ ଓ ୨୯ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ବିସ୍ତାରିତ ଆକଳନ କରି ଏଭଳି ଚିତ୍ର ଆଙ୍କିଛି ।

ଅଧିକ ପଢନ୍ତୁ

Odisha Darpan Digital