ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା ୮ ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ । କମ୍ ସମୟ ଥିବାରୁ ପ୍ରତିଦିନ 3ଟି ସିଫ୍ଟରେ କାମ କରିବେ ବିଶେଷଜ୍ଞ ।ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଜୁନ୍ 29 ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସ୍. କେ. ଭଟ୍ଟାଚାର୍ଯଙ୍କ ନେତୃତ୍ଵରେ ଶ୍ରୀମନ୍ଦିର ପ୍ରଶାସନ, ASI ଏବଂ ପୂର୍ତ୍ତ ବିଭାଗର ମିଳିତ ଟମ୍ ଏହି ନିରୀକ୍ଷଣ କରିବେ ।
