ଆଜିଠୁ ବିଜେଡିର ଜାଗରଣ ଅଭିଯାନ

ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ଭତ୍ତା ବାବଦ ୩ ହଜାର ଟଙ୍କା ଏବଂ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ପ୍ରତିଶତ ଅକ୍ଷମତା ଥିବା ଭନ୍ନକ୍ଷମ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ।ତେବେ ଏହି ପ୍ରତିଶ୍ରୁତିକୁ ବିଜେପି ପାଳନ କରୁ ନ ଥିବା ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି।ତେବେ ଭତ୍ତା ପ୍ରତାରଣା ବିରୋଧରେ ଆଜିଠୁ ବିଜେଡି ଆରମ୍ଭ କରୁଛି ଜନଜାଗରଣ କାର୍ଯ୍ୟକ୍ରମ ।

ବୟୋଜ୍ଯେଷ୍ଠ ଅଧିକାର ପାଇଁ ଆଗକୁ ଆସି ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ । ପ୍ରତିଟି କର୍ମୀ ଓ ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ସମ୍ପର୍କରେ ସଚେତନ କରିବେ ।ବିଜେଡିର ଗାଁକୁ ଯିବା ରଣନୀତି ଦେଖି ବିଜେପିର ରିଆକସନ।ଦଳ କହିଛି ବୁଲିବା ପାଇଁ ସମସ୍ତଙ୍କ ଗଣତାନ୍ତ୍ରିକ ଅଧିକାର ଅଛି। ଆମେ ବି ଚାହିଁବୁ ବିରୋଧୀ ଦଳ ନେତା ରାଜ୍ୟର ସବୁ କୋଣ ଅନୁକୋଣ ଯାଆନ୍ତୁ। ଲୋକଙ୍କ ଦୁଃଖ ଦୁର୍ଦ୍ଦଶା, ସୁବିଧା ଅସୁବିଧା ବୁଝନ୍ତୁ । ଲୋକଙ୍କ ଯେଉଁ ସମସ୍ୟା ସମାଧାନ ହୋଇନି, ସେଥିପାଇଁ ପରାମର୍ଶ ଦିଅନ୍ତୁ । ଯେଉଁ କାମ ସେ ୨୪ ବର୍ଷ ଭିତରେ କରିପାରିନାହାନ୍ତି, ସେହି ସବୁ କାମ ବିଜେପି ସମାପ୍ତ କରିବା ପାଇଁ ଲିଷ୍ଟ କରି ଦିଅନ୍ତୁ ।

ଅଧିକ ପଢନ୍ତୁ

kc ads