ଆଜିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ।

ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ସେହିପରି ମାର୍ଚ୍ଚ ୨୯ ତାରିଖରେ ବିଧାନସଭାରେ ସରକାର ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନା କରିବେ । ଆରମ୍ଭରୁ ଗୃହ ବେଶ ସରଗରମ ହେବ ବୋଲି ଆଶା କରାଯାଉଛି । ବିଜୁବାବୁଙ୍କ ପ୍ରତି ଅସମ୍ମାନ ବ୍ୟତୀତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳାଙ୍କ ଉପରେ ଅତ୍ୟାଚାର, ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରସଙ୍ଗ ଉଠାଇବାକୁ ବିଜେଡି ନିଷ୍ପତି ନେଇଛି ।

ସେପଟେ କଂଗ୍ରେସ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ସରକାରୀ ଚାକିରୀରେ ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ପ୍ରସଙ୍ଗ ସମେତ ଏ ପ୍ରସଙ୍ଗକୁ ବିଧାନସଭାରେ ଅତି ଶାଣିତ ଢଙ୍ଗରେ ଉଠାଇବାକୁ ଯୋଜନା କରିଛି ।

ଅଧିକ ପଢନ୍ତୁ