ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଶିକ୍ଷକ ବଦଳି ଆବେଦନ

୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସଂଶୋଧିତ କ୍ୟାଲେଣ୍ଡର ପ୍ରକାଶ ପାଇଛି। ତେବେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଶିକ୍ଷକ (ପ୍ରାଥମିକ ଓ ମାଧ୍ୟମିକ)ଙ୍କ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ।ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ଜୁନ ୩ରେ ବିଇଓଙ୍କ ଦ୍ବାରା ପ୍ରସ୍ତାବ ଡିଇଓଙ୍କୁ ପଠାଯିବ। ଜୁନ ୫ରେ ନିର୍ଦେଶକଙ୍କୁ ପ୍ରସ୍ତାବ (ଆନ୍ତଃଜିଲା) ପଠାଯିବ। ଜୁନ ୯ରେ ପ୍ରାଥମିକ ଶିକ୍ଷା ନିର୍ଦେଶକ/ଡିଏଲଟିସିଙ୍କ ଦ୍ବାରା ଅନୁମୋଦନ ପ୍ରଦାନ କରାଯିବ। ଜୁନ ୧୧ରେ ଓସେପା ୱେବ୍‌ସାଇଟ୍‌ରେ ବଦଳି ତାଲିକା ପ୍ରକାଶ ପାଇବ। ସେହିଦିନ ବଦଳି ଆଦେଶ ଜାରି ହେବ। ଜୁନ ୧୩ରେ ଶିକ୍ଷକ ଯୋଗଦେବେ। ଅଗଷ୍ଟ ୧୦ ସୁଦ୍ଧା ରିଲିଭ୍‌ ଓ ଯୋଗଦେବା କାର୍ଯ୍ୟ ସରିବ। ଅଗଷ୍ଟ ୧୦ରୁ ୧୭ଯାଏ ଶିକ୍ଷକଙ୍କ ପ୍ରୋଫାଇଲ ପୁଣିଥରେ ଖୋଲାଯିବ।

ଅଧିକ ପଢନ୍ତୁ

kc ads