ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପ୍ରାୟ ଏକା ସମୟରେ ଚାଲିବ। । ମାର୍ଚ୍ଚ ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍)ର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା । ସକାଳ ୯ଟା ୩୦ରେ ଅବଜର୍ଭର, ସୁପରିଣ୍ଟେଣ୍ଡେଣ୍ଟ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ଦାୟିତ୍ୱରେ ସିଲ୍ ପ୍ରଶ୍ନପତ୍ରଗୁଡିକ ପରୀକ୍ଷା ରୁମ୍ରେ ପହଞ୍ଚାଯିବ।
ଛାତ୍ରୀଛାତ୍ର ସକାଳ ୯ଟା ୩୦ରେ ପରୀକ୍ଷା କକ୍ଷକୁ ପ୍ରବେଶ କରିବେ ଓ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧ ପର୍ଯ୍ୟନ୍ତ ଚାଲିବ। ତେବେ ପରୀକ୍ଷାକୁ ସ୍ବଚ୍ଛ, ସୃଙ୍ଖଳିତ ତଥା ସୁରକ୍ଷି କରିବାକୁ ପରିଷଦ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଡିପୋ କରାଯାଇଛି। ରାଜ୍ୟରେ ମୋଟ୍ ୩୫ଟି ସ୍କ୍ୱାଡ ଡିପୋ ହୋଇଛି । ଗୋଟିଏ ସ୍କ୍ୱାଡରେ ୩ଜଣ ସଦସ୍ୟ ଅଛନ୍ତି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ।