ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମ ଦିନ ବିଜ୍ଞାନ ବର୍ଗ ଛାତ୍ରୀଛାତ୍ରମାନେ ମାତୃଭାଷା ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଅଧଘଣ୍ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରକୁ ଛାତ୍ରୀଛାତ୍ର ପ୍ରବେଶ କରିବେ।ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପକେନ୍ଦ୍ର ହୋଇଛି । ଏଠାରେ କପି ରୋକିବା ଲାଗି ୭୫ଟି ଜୋନାଲ୍ ସ୍କ୍ୱାଡ୍ ନିୟୋଜିତ କରାଯାଇଛି । ଏଥିସହ ୧୩୬୪ଟି ନିରୀକ୍ଷକ ସ୍କ୍ୱାଡ୍ ଓ ୧୩୬୪ଟି ଜିଲ୍ଲା ପ୍ରଶାସନ ସ୍କ୍ୱାଡ୍ ଅଛନ୍ତି । ୧୯ ତାରିଖରେ ଧନ୍ଦାମୂଳକ ବିଭାଗର ବିଏଫ୍ସି-ଇତିହାସ, ବିଏଫ୍ସି- ଆକାଉଣ୍ଟାନ୍ସି, ବିଏଫ୍ସି-ଫିଜିକ୍ସ ପରୀକ୍ଷା ହୋଇଛି ।ପରୀକ୍ଷା କେନ୍ଦ୍ର ଭିତରକୁ ଯେପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯାଇ ନ ପାରିବ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ବତନ୍ତ୍ର କନାରେ ତିଆରି କୋଠରିରେ ଛାତ୍ରୀଙ୍କୁ ମହିଳା ଓ ଛାତ୍ରଙ୍କୁ ପୁରୁଷ ପରୀକ୍ଷା ନିରୀକ୍ଷକମାନେ ଯାଞ୍ଚ କରିବେ। ୨୦ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି । ୨୧ ତାରିଖରେ ଧନ୍ଦାମୂଳକ ଶିକ୍ଷାର ବିଏଫ୍ସି-ରାଜନୀତି ବିଜ୍ଞାନ ଓ କେମେଷ୍ଟ୍ରି ଏବଂ ବିଜ୍ଞାନ ବିଭାଗର ଜିଓଲୋଜି ପରୀକ୍ଷା ରହିଛି । ୨୪ରେ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା ରହିଛି । ମାର୍ଚ୍ଚ ୨୫ ତାରିଖ ଯାଏ ପରୀକ୍ଷା ଚାଲିବ । ଏପଟେ ପିଲାଙ୍କ ଭବିଷ୍ୟତ ସହ ଖେଳ । ଘରୋଇ ଶିକ୍ଷାନୁଷ୍ଠାନର ଭୁଲ କାରଣରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୫ ଛାତ୍ର ଛାତ୍ରୀ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରୁ ବାଦ ପଡିଲେ ୫ ଛାତ୍ର ଛାତ୍ରୀ । ଗଜପତି ଜିଲ୍ଲା କାଶୀନଗର ସ୍ମାର୍ଟ ସ୍କୁଲରୁ ଆସିଛି ଏଭଳି ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଛାତ୍ରଛାତ୍ରୀଙ୍କ ଅବିଭାବକ ।
