ଆଜିଠୁ ରାଜ୍ୟରେ ବଢ଼ିବ ଶୀତ ।୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା।

ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ । ବାତ୍ୟା ଦାନା ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୂତ ହେଉଛି ।

ଆଜିଠାରୁ ପବନର ଦିଗ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢିବ। ୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀକୁ ଖସିଆସିବ। ଏହାସହ ସଂଲଗ୍ନ ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ । ପରବର୍ତ୍ତୀ ସପ୍ତାହ ୨୨ ରୁ ୨୮ନଭେମ୍ବର ମଧ୍ୟରେ ପଶ୍ଚିମ ଜିଲ୍ଲା ମାନଙ୍କରେ ତାପମାତ୍ରା ଆହୁରି ଖସିବ। ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୀତ ବଢିବ। ଉପକୂଳ ଓଡ଼ିଶାରେ ଦୁଇ ସପ୍ତାହ ପରେ ତାପମାତ୍ରା କମିବା ସହ ଜାଡ ବଢିବ ବୋଲି ଆକଳନ କରାଯାଇଛି ।

ଅଧିକ ପଢନ୍ତୁ