ଆଜି ଆଶ୍ୱିନ ମାସ ମୁଳାଷ୍ଟମୀ ତିଥି। ଏହି ଅବସରରେ ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।ଶାରଦୀୟ ପୂଜା ଅବସରରେ ସବୁଠି ଦେବୀ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ସେହିପରି କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ପୀଠରେ ମଧ୍ୟ ଆଜି ମାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଆରମ୍ଭ ହୋଇଛି।ମା’ଙ୍କ ସହସ୍ର କୁମ୍ଭାଭିଷେକ ପରେ ନଦୀରୁ ଜଳ ଆଣି ଘଟ ସ୍ଥାପନ କରାଯିବ। ଏହାପରେ ଷୋଡ଼ଶ ଉପଚାର ପୂଜା ଓ ସୁନାବେଶ କରାଯିବ। ସେହିପରି ମଣ୍ଡପରେ ବି ଦୁର୍ଗତନାଶୀନଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଗଲାଣି।