ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ୍‌ ମୁଖ୍ୟ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବେ। ଏଠାରୁ ସଡ଼କପଥରେ ଯାଇ କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।ସେଠାରେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ସରସଂଘଚାଳକ ମୋହନ ଭାଗବତ ଭିନ୍ନ ଭିନ୍ନ ଅଧିବେଶନରେ ଅତିଥି ଭାବେ ଯୋଗ ଦେବେ ।

ତେବେ ଆରଏସଏସ ମୁଖ୍ୟଙ୍କ ଗସ୍ତକୁ ନଜରରେ ରଖି କଟକ ଗତିରାଉତପାଟଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୬ ତାରିଖ ଅପରାହ୍ଣରେ ସେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

ଅଧିକ ପଢନ୍ତୁ

kc ads