ଆଜିଠୁ CBSE ପରୀକ୍ଷା । ଆଜିଠାରୁ କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ ହେବ ପ୍ରଥମ ବୋର୍ଡ ପରୀକ୍ଷା । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ ।ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦ଟା୩୦ରୁ ଆରମ୍ଭ । ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ ଶ୍ରେଣୀର ପରୀକ୍ଷା । ଦ୍ବାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୯ତାରିଖ ଯାଏଁ ଚାଲିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଆଜି ଗଣିତ ପରୀକ୍ଷା ଦେବେ । ସେହିପରି ଦ୍ବାଦଶ ଶ୍ରେଣୀର ପିଲା ଆଜି ବାୟୋ ଟେକ୍ନାଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍ ସଟ୍ ହାଣ୍ଡ ହିନ୍ଦୀ କିମ୍ବା ଇଂରାଜୀରେ ବିଷୟରେ ପରୀକ୍ଷା ଦେବେ।ଯଦି କୌଣସି ଶିକ୍ଷାର୍ଥୀ ପ୍ରଥମ ବୋର୍ଡ ପରୀକ୍ଷାରେ ଉପସ୍ଥିତ ନଥିଲେ ତାଙ୍କୁ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ଶିକ୍ଷାର୍ଥୀର ପ୍ରଥମ ପରୀକ୍ଷାରେ ଫଳ କମ୍ପାର୍ଟମେଣ୍ଟ ହୁଏ ତେବେ ତାକୁ ଦ୍ୱିତୀୟ ପରୀକ୍ଷାରେ କମ୍ପାର୍ଟମେଣ୍ଟ ବର୍ଗରେ ପରୀକ୍ଷା ପାଇଁ ଅନୁମତି ମିଳିବ। ଏନେଇ ଏକ ବିଜ୍ଞପ୍ତି ସହ ନିର୍ଦ୍ଦେଶାବଳୀ ଜାରି କରିଛି ସିବିଏସ୍ଇ।
