ଆଜିର ଦିନ ଜୁନ୍ ୪ ତାରିଖ। ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ ବସିଥିଲା ବିଜେଡି । ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହୋଇଥିଲେ । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଥିଲା । ଆଉ ଆଜି ହେଉଛି ସେହି ଜୁନ୍ ମାସ ୪ ତାରିଖ। ଯାହାକୁ ବିଜେଡି ଆଉ ବିଜେପି କେହି କେବେ ହେଲେ ଭୁଲି ପାରିବେ ନାହିଁ। ଆଜିର ଦିନରେ ଗତବର୍ଷ ସବୁ କିଛି ଓଲଟପାଲଟ ହୋଇଯାଇଥିଲା।ବିଜେପି ୭୮ଟି ସିଟ୍ ଜିତିଥିଲା ତ ବିଜେଡିକୁ ୫୧ ଓ କଂଗ୍ରେସକୁ ୧୪ଟି ସିଟ୍ ମିଳିଥିଲା । ଏହାପରଠୁ ରାଜ୍ୟ କ୍ଷମତା ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇଛି, ହେଲେ ଶାସନ ବ୍ୟବସ୍ଥାରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇନି । ବିଜେଡି ଆଗ ଅପେକ୍ଷା ଦୁର୍ବଳ ସ୍ଥିତିରେ ରହିଥିବା ବେଳେ ନିଜକୁ ମଜବୁତ କରିବାକୁ କସରତ କରୁଛି କଂଗ୍ରେସ ।
