ଆଜିର ରାଶିଫଳ(୭ ଅପ୍ରେଲ,୨୦୨୪)

ମେଷ: ଧର୍ମକାର୍ଯ୍ୟରେ ମନ ଲାଗି ରହିବ। ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଭଲ। ବନ୍ଧୁ ସହଯୋଗରେ ସବୁ ଅଶାନ୍ତି ସମାଧାନ ହୋଇଯିବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ବୃଷ: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଆପଣଙ୍କ କଂପାନି କୌଣସି ବଡ଼ କଂପାନି ସହିତ ଚୁକ୍ତି କରିବ। ସାଥୀଙ୍କ ସହିତ ସିନେମା ଦେଖିବା ପାଇଁ ଯୋଜନା କରିବେ।

ମିଥୁନ: ଘର କାମରେ ସମୟ ଦେବେ। ଅତୀତ ସ୍ମୃତି ତାଜା ହେବ। ବନ୍ଧୁ ସହିତ ମିଶିବା ପାଇଁ ଯୋଜନା କରିବେ। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ନୂଆ ଚାଲେଞ୍ଜ୍‌ ଆସିବ।‌

କର୍କଟ: କୌଣସି ବିଶେଷ ଖବର ପାଇବେ। କୋର୍ଟ କଚେରି ମାମଲାରେ ଜିତିବେ। ସହକର୍ମୀ ପ୍ରଶଂସା କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବ। ପାରିବାରିକ ଜୀବନ ସୁଖକର ହେବ।

ସିଂହ: ଅଫିସରେ କୌଣସି ମହତ୍ତ୍ବପୂର୍ଣ୍ଣ କାମ ପାଇବେ। ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ପରିବାର ସହିତ ଖୁସି ସମୟ ବିତାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

କନ୍ୟ‌ା: ଲୋକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ଉନ୍ନତି ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ରାଜନେତାଙ୍କ ଲାଗି ଦିନଟି ଭଲ।

ତୁଳା: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି। ଘରକୁ ବନ୍ଧୁ ଆସିପାରନ୍ତି।

ବିଛା: ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ। ବେପାରରେ ଲାଭ ପାଇବେ। ରାଜନେତାଙ୍କର ଲୋକଙ୍କ ସହିତ ତାଳମେଳ ବଜାୟ ରଖିବା ଦରକାର।

ଧନୁ: ବେପାରକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

ମକର: ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

କୁମ୍ଭ: ଅଫିସରେ ଅଧିକ କାମ କରିବେ। ଆୟ ଉତ୍ସରେ ସ୍ଥିରତା ରହିବ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଘରେ ଲାଗି ରହିଥିବା ବିବାହ ସମସ୍ୟା ସମାଧାନ ହୋଇଯିବ।

ମୀନ: କ୍ୟାରିଅରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। କୌଣସି ବନ୍ଧୁଙ୍କ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆସିପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

ଅଧିକ ପଢନ୍ତୁ