ଆଜି ଅନ୍ତର୍ଜାତୀୟ ଚା’ ଦିବସ

ସାରା ବିଶ୍ୱରେ ଚା’ର ଚାହିଦା ଦେଖିବାକୁ ମିଳେ କିନ୍ତୁ ଭାରତୀୟମାନଙ୍କ ସକାଳର ଆରମ୍ଭ ଚା’ ବିନା ଅଧୁରା । ପ୍ରତିବର୍ଷ ମେ ୨୧ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଏ। ଏହି ଦିନଟି ଚା’ ପ୍ରେମୀଙ୍କ ପାଇଁ ବହୁତ ଖାସ୍। ଏହି ଦିନଟି ଚା’ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଏହି ଦିନଟି ଚା’ ବଗିଚାରେ କାମ କରୁଥିବା ଲୋକ ଏବଂ ଏହି ଶିଳ୍ପ ସହିତ ଜଡିତ ଲୋକଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର। ୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ।

ଅଧିକ ପଢନ୍ତୁ

kc ads