ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି ।ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି। ୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ