ଆଜି ଅପରାହ୍ଣରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆଜି ଅପରାହ୍ଣରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ବାଙ୍ଗିରିପୋଷି ରେଳ ଷ୍ଟେସନରେ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଆଜି ସକାଳ ୧୦ ଟା ବେଳେ ବାସଭବନ ରୁ ବାହାରି ଦାଣ୍ଡ ବୋଷ ହେଲିପ୍ୟାଡ୍ ଅଭିମୁଖେ ଗସ୍ତ କରିବେ ମହାମହିମ ।

ହେଲିକପ୍ଟର ଯୋଗେ ବାଙ୍ଗିରୀପୋଷୀ ଆସି ରେଳ ଷ୍ଟେସନ ଠାରେ ଆୟୋଜିତ ସଭାରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମହୋନ ମାଝୀ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଯୋଗ ଦେବେ । କାର୍ଯ୍ୟକ୍ରମ ସରିବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଗତକାଲି ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ। ମହୁଲଡିହା ଘରେ ଗତକାଲି ରାତିରେ ରହିଥିଲେ ମହାମହିମ। ନିଜ ଲୋକଙ୍କୁ ପାଖରେ ପାଇଁ ବେଶ ଖୁସି ପ୍ରକାଶ କରିଥିଲେ ରାଷ୍ଟ୍ରପତି। ଗାଁ ଝିଅଙ୍କୁ ପାଖରେ ପାଇ ଉପର ବେଡ଼ାବାସୀ ଖୁସି ହୋଇଛନ୍ତି। ରାଷ୍ଟ୍ରପତିଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପାଠ ପଢ଼ାଇଥିବା ଗୁରୁ ବି ନିଜକୁ ଧନ୍ୟ ମନେକରିଛନ୍ତି ।

ଅଧିକ ପଢନ୍ତୁ

kc ads