ବାତ୍ୟା ‘ପେଙ୍ଗାଲ’ ଶନିବାର ଅପରାହ୍ନରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା ପୂର୍ବରୁ ତାମିଲନାଡୁରେ ପୂର୍ବାହ୍ନ ସମୟରୁ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଯାଇଛି।
ଏବେ ପୁଡୁଚେରୀଠାରୁ ୧୮୦ ଓ ଚେନ୍ନାଇଠାରୁ ୧୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ଫଙ୍ଗାଲ। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଅନ୍ୟପଟେ ବ୍ୟାତ୍ୟା ପ୍ରଭାବରେ ଓଡ଼ିଶାରେ ୨ ଦିନ ହେବ କୋହଲା ପାଗ ଲାଗି ରହିଛି। ଶୁକ୍ରବାର ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରଗୁଡ଼ିକର ସ୍ଥାଳେ ସ୍ଥାଳେ ହାଲୁକା ବର୍ଷା ହୋଇଥିଲା। ଶନିବାର ବି ପାଗ ମେଘୁଆ ରହିଛି। ତେବେ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇଛି।