ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ପାଇଁ ବନ୍ଦ ରହିବ ମହାପ୍ରଭୁ ଜଗନ୍ନାଥ ଦର୍ଶନ। ସୋମବାର ରାତ୍ର ଆଳତି ପହୁଡ଼ଠାରୁ ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ମହାପ୍ରଭୁଙ୍କର ଅନେକ ନୀତିକ୍ରାନ୍ତି ହୋଇଥାଏ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନ୍ୟତମ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି କରିଥାନ୍ତି ।

ଅଧିକ ପଢନ୍ତୁ

Odisha Darpan Digital