ନବ ଦାସ ହତ୍ୟାକାଣ୍ଡ ମାମଲା। ଝାରସୁଗୁଡାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍। ୫ ଦିନର ମାରାଥନ୍ ଛାନଭିନ୍ ପରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଝାରସୁଗୁଡା ଛାଡିଛି । ଇତି ମଧ୍ୟରେ କ୍ରାଇମବ୍ରାଞ୍ଚ ୧୪ରୁ ୧୫ ଜଣଙ୍କର ବୟାନ ରେକର୍ଡ କରିସାରିଛି। ଏ ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ। ପ୍ରଥମେ ନବ ଦାସଙ୍କ ଘରକୁ ଯାଇ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ବିମାନବନ୍ଦର କର୍ମଚାରୀ, ହସ୍ପିଟାଲରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ଆଜି ଚୌଦ୍ବାର ଜେଲରେ ରହିଥିବା ଗୋପାଳକୁ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିପାରେ ।
