ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ ।ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ 

ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । କେଉଁଠୁ ଆସିବ ଅର୍ଥ, କେମିତି ଖର୍ଚ୍ଚ ହେବ ।ମିଳିଥିବା ସୂଚନା କହୁଛି ବଜେଟ୍ ବ୍ୟୟ ବରାଦ ପାଖାପାଖି ୯ ପ୍ରତିଶତ ବଢ଼ିପାରେ । ବଜେଟ୍ ଆକାର ୩ ଲକ୍ଷ ୧୫ ହଜାର କୋଟି ଛୁଇଁବ । (୬୦%ରୁ ଅଧିକ) ବିକାଶମୂଳକ କାର୍ଯ୍ୟକ୍ରମରେ ବିନିଯୋଗ ହେବ । କାର୍ଯ୍ୟକ୍ରମ ଖର୍ଚ୍ଚ ୧୧ ପ୍ରତିଶତ ବଢ଼ିପାରେ । ଅଭିବୃଦ୍ଧିର ଇଂଜିନ୍ କୁହାଯାଉଥିବା ପୁଂଜି ଖର୍ଚ୍ଚ ବି ସମାନ ହାରରେ ବଢ଼ିବ । ରାଜସ୍ୱ ଆୟ ପାଖାପାଖି ୮ ପ୍ରତିଶତ ବଢ଼ି ୨ ଲକ୍ଷ ୫୦ ହଜାର କୋଟି ଟପିପାରେ ।କିନ୍ତୁ ସଠିକ ସମୟରେ ବଜେଟ୍ ଅର୍ଥ ଖର୍ଚ୍ଚ ନ ହେବ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ଋଣଭାର ବି ବଢୁଛି ।

ଏହା ଭିତରେ ଏକ ସନ୍ତୁଳିତ ବଜେଟ୍ ରଖିବାକୁ ଚାହିଁବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅର୍ଥମନ୍ତ୍ରୀ ଭାବେ ଲଗାତାର ତୃତୀୟ ଥର ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅଧିକ ପଢନ୍ତୁ