ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ। ୫ ଜିଲାରେ ୬ ଦିନ ରହଣି କରିବେ ରାଷ୍ଟ୍ରପତି। ଏହି ୬ ଦିନରେ ରାଷ୍ଟ୍ରପତିଙ୍କ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସଂଧ୍ୟା ୬ଟା ୪୦ରେ ଭୁବନେଶ୍ବର ବିମାନନ ବନ୍ଦରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଲୋକ ଭବନରେ ରାତ୍ରି ଯାପନ ପରେ ଫେବ୍ରୁଆରୀ ୩ ତାରିଖ ସକାଳେ ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବେ । ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୩ରେ ଯାଜପୁରରୁ ବାଲେଶ୍ବର ଗସ୍ତ କରି ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।ଫେବ୍ରୁଆରୀ ୬ରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ରହିଛି ବିଭିନ୍ନ କାର୍ଯ୍ୟକ୍ରମ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଶିମିଳିପାଳ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ସୁରକ୍ଷା ଦୃଷ୍ଟିରୁ ଫେବ୍ରୁଆରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଫେବ୍ରୁଆରୀ ୭ ସକାଳ ୯ଟା ୧୦ମିନିଟରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଛତିଶଗଡ଼ ଜଗଦଲପୁର ଯିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି ।

ଅଧିକ ପଢନ୍ତୁ