ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନଁାରେ ଲୁଟ୍ କରିବାରେ ଲାଗିପଡ଼ିଛି। ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ପାଇଁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇଛି କଂଗ୍ରେସ । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଏହାକୁ ସମର୍ଥନ ଜଣାଇବାକୁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଜେଡି ମଧ୍ୟ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛି । ବନ୍ଦ ପାଳନ ବେଳେ ଦୋକାନ ବଜାର ସହ ସ୍କୁଲ କଲେଜ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି ନବ ନିର୍ମାଣ କୃଷକ ସଂଠଗନ ।
