୧୯୯୯ରେ କାରଗିଲ୍ ବିଜୟ ଉତ୍ସବକୁ ମନେ ପକାଇ ଆଜିର ଦିନରେ ସାରା ଦେଶରେ ଉତ୍ସବର ମାହୋଲ ରହିଛି । ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ ଏଭଳି ଏକ ଐତିହାସିକ ଯୁଦ୍ଧ ଥିଲା ଯେ ଭାରତର ପ୍ରତ୍ୟେକ ବ୍ୟକ୍ତି, ଯୁବପୀଢି ଏହା ବିଷୟରେ ଗର୍ବର ସହିତ ଆଲୋଚନା କରିଥାନ୍ତି । ଏହି ଯୁଦ୍ଧ ମେ ୩ ୧୯୯୯ରେ ଆରମ୍ଭ ହୋଇଥିଲା ଏବଂ ୨୬ଜୁଲାଇରେ ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲରେ କବଜା କରି ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ସହିତ ଶେଷ ହୋଇଥିଲା । ପାକିସ୍ତାନ ସହିତ ଏହି ଯୁଦ୍ଧ ପ୍ରାୟ ୬୦ଦିନ ଧରି ଚାଲିଥିଲା । ବୀର ଯବାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ପ୍ରତିବର୍ଷ ଜୁଲାଇ ୨୬ତାରିଖରେ କାରର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ଏହି ବର୍ଷ କାର୍ଗିଲ ବିଜୟ ଦିବସର ୨୬ତମ ବାର୍ଷିକୀ ପାଳନ ହେଉଛି । କାରଗିଲ ଯୁଦ୍ଧରେ ଅନେକ ବୀର ଯବାନ ସହିଦ ହୋଇଥିଲେ । କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, କ୍ୟାପ୍ଟେନ ବିକ୍ରମ ବତ୍ରା, କ୍ୟାପ୍ଟେନ୍ ଅମୋଲ କାଲିଆ, ଲେଫ୍ଟନାଣ୍ଟ ବଲୱାନ ସିଂ ଭଲି ଅନେକ ବୀର ଯବାନ ପାକ୍ ସେନା ସହ ଲଢ଼େଇରେ ସହିଦ ହୋଇଥିଲେ । ଏହି ବୀରଙ୍କୁ ମନେ ପକାଇ ଆଜି ସାରା ଦେଶରେ ବିଜୟ ଦିବସ ପାଳିତ ହେଉଛି ।
