ଆଜି ଗଣତିମଣତି ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର, ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ

ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଟିମ୍ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଟିମ୍ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବ ଅଳଙ୍କାର ଗଣତି ମଣତି । ଏହି ସମୟରେ ବାହାର କାଠରୁ ଦର୍ଶନ କରିବେ ଭକ୍ତ । ପୁରା SOPରେ ହେବ ଅଳଙ୍କାର ଚିହ୍ନଟ ସହ ଓଜନ । ୧୯୭୮ ମସିହା ତାଲିକା ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍ ।୧୯୭୮ ମସିହା ତାଲିକା ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍ ।କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ ସାମିଲ ଅଛନ୍ତି ।

ଅଧିକ ପଢନ୍ତୁ