ଆଜି ଚାଷୀଙ୍କୁ ମିଳିବ ପିଏମ କିଶାନ୍ ଯୋଜନା ଟଙ୍କା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ କିଶାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ବିହାରର ୭୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସପର ହେବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ଏହି କାର୍ଯ୍ୟକ୍ରମ ସକାଳ ୧୧ଟା ପରେ ଆରମ୍ଭ ହେବ ।ପ୍ରଧାନମନ୍ତ୍ରୀ କିଷାନର ୨୦ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ । କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ଫେବୃଆରୀ ୨୪, ୨୦୨୫ ରେ ତାଙ୍କ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ଜାରି କରିଥିଲେ ।

ଅଧିକ ପଢନ୍ତୁ

kc ads