ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଥିଲେ ଦେଶର ମହାନତମ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରୁ ଜଣେ। ଜଣେ ମହାନୁଭବ, କ୍ରାନ୍ତିକାରୀ ସମାଜ ସୁଧାରକ ବ୍ୟତୀତ ସେ ଜଣେ ଭଲ ବକ୍ତା ବି ଥିଲେ। ତାଙ୍କର ସିଦ୍ଧାନ୍ତଗୁଡ଼ିକ କେବଳ ଆଦର୍ଶବାଦୀ ଥିଲା ତାହା ନୁହେଁ ସେଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସେ ସକ୍ଷମ ହୋଇ ପାରୁଥିଲେ। ଅପରପକ୍ଷେ ବାପୁଙ୍କ ତିରୋଧାନ ଦିବସକୁ ପ୍ରତିବର୍ଷ ଶହୀଦ ଦିବସ ଭାବରେ ମଧ୍ୟ ପାଳନ କରାଯାଏ ।୧୯୪୮ ମସିହା ଜାନୁଆରୀ ୩୦ ତାରିଖ । ପ୍ରାର୍ଥନା ସଭାରେ ଟଳି ପଡ଼ିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ନାଥୁରାମ ଗଡ଼ସେଙ୍କ ଗୁଳିରେ ଜୀବନ ଚାଲି ଯାଇଥିଲା । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ବାପୁଙ୍କର । ପଏଣ୍ଟ ବ୍ଲାଙ୍କରୁ ଗାନ୍ଧୀଜୀଙ୍କୁ ଗୁଳି କରିଥିଲେ ନାଥୁରାମ । ତିନିଟି ଗୁଳି ବାଜିଥିଲା ବାପୁଙ୍କ ଦେହରେ । ଆଉ ସେଇଠି ହିଁ ଘଟିଥିଲା ତାଙ୍କର ଦେହାନ୍ତ ।

ଅଧିକ ପଢନ୍ତୁ