ଆଜି ଜାତୀୟ ଅଣ୍ଡା ଦିବସ

ପ୍ରତିବର୍ଷ ଜୁନ୍ ୩ ତାରିଖକୁ ଜାତୀୟ ଅଣ୍ଡା ଦିବସ ଭାବେ ପାଳନ କରାଯାଏ। ଅଣ୍ଡାକୁ ସବୁଠାରୁ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ। ସାରା ବିଶ୍ୱରେ ଅଣ୍ଡା ଏକ ମୁଖ୍ୟ ଖାଦ୍ୟ, ଯେଉଁଥିରେ ପ୍ରୋଟିନ୍ ଓ ଭିଟାମିନ୍ ଭରପୂର ରହିଛି। ଅଣ୍ଡାର ଧଳା ରଙ୍ଗରେ ଉଚ୍ଚମାନର ପ୍ରୋଟିନ୍ ମିଳିଥାଏ ଏବଂ କେଶରରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୁସ୍ଥ ଚର୍ବି, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଅଣ୍ଡାରେ ଥିବା ଏହି ଗୁଣ ଦୈନନ୍ଦିନ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରେ।ଗୋଟିଏ ଅଣ୍ଡାକୁ ଫର୍ଟିଲାଇଜ୍ କରିବା ପାଇଁ ଗଞ୍ଜା ଏବଂ କୁକୁଡ଼ାର ମିଳନ ଆବଶ୍ୟକ। ଯଦି ଏହା ଘଟେ ତେବେ କୁକୁଡ଼ା ଦେଇଥିବା ଅଣ୍ଡାଗୁଡ଼ିକ ଫର୍ଟିଲାଇଜ୍ ହୋଇଯାଏ।

ସେହିପରି ଯଦି ଗୋଟିଏ କୁକୁଡ଼ା ଗଞ୍ଜା ସହିତ ମିଳନ ନ କରି ଅଣ୍ଡା ଦିଏ, ତେବେ ସେହି ଅଣ୍ଡାଗୁଡ଼ିକ ଫର୍ଟିଲାଇଜ୍ ହୋଇନଥାଏ। ଅଣ୍ଡାରୁ ଛୁଆ ଫୁଚିବାକୁ ହେଲେ ଗଞ୍ଜା ଏବଂ କୁକୁଡ଼ାର ମିଳନ ଆବଶ୍ୟକ। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପୁଷ୍ଟିହୀନତା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ପାଇଁ ଅଣ୍ଡା ଖାଇବା ଉପକାରୀ ହୋଇପାରେ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଜାତୀୟ ଅଣ୍ଡା ଦିବସ ପାଳନ କରାଯାଏ।

ଅଧିକ ପଢନ୍ତୁ

kc ads