ଆଜି ଜାତୀୟ କ୍ରୀଡା ଦିବସ। ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ।

୧୯୦୫ ମସିହା ଅଗଷ୍ଟ ୨୯ ତାରିଖ ଆହ୍ଲାବାଦ ପ୍ରୟୋଗ ଠାରେ ଜନ୍ମଗ୍ରହଣ କରିଥିଲେ ମେଜର ଧ୍ୟାନଚାନ୍ଦ ବା ହକିର ପୁରୁଷ । ସେ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥଲେ । ତାଙ୍କ ଜନ୍ମଦିବସକୁ ହକିଦିବସ ବା କ୍ରୀଡଦିବସ ଭାବେ ପାଳନ କରାଯାଏ । ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହା ସହିତ ସେ ହକି ଖେଳିବା ଆରମ୍ଭ କଲେ। ସେ ରାତିରେ ହକି ଅଭ୍ୟାସ କରୁଥିଲେ। ଏହି କାରଣରୁ ତାଙ୍କୁ ଚାନ୍ଦ କୁହାଯାଉଥିଲା ଏବଂ ପରେ ତାଙ୍କ ନାମ ଧ୍ୟାନଚାନ୍ଦ ହୋଇଗଲା।

୧୯୨୨ ରୁ ୧୯୨୬ ପର୍ଯ୍ୟନ୍ତ ସେନାର ରେଜିମେଣ୍ଟାଲ ମ୍ୟାଚ ଖେଳିବାବେଳେ ଧ୍ୟାନଚାନ୍ଦ ସମସ୍ତଙ୍କ ଆକର୍ଷିତ କରିଥିଲେ।ମେଜର ଧ୍ୟାନଚାନ୍ଦ ୧୯୨୮, ୧୯୩୨ ଏବଂ ୧୯୩୬ରେ ଭାରତ ପାଇଁ ଅଲିମ୍ପିକ୍ସ ଖେଳିଥିଲେ। ଏଥିରେ ଭାରତ ତିନିଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲା। ଅଗଷ୍ଟ ୨୯ ମେଜର ଧାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଭାରତରେ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ। ତେବେ ୧୯୯୫ ମସିହାଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି।

ଅଧିକ ପଢନ୍ତୁ