ଆଜି ଜାତୀୟ କ୍ୟାନସର ସଚେତନତା ଦିବସ

ଆଜି ଜାତୀୟ କ୍ୟାନସର ସଚେତନତା ଦିବସ । ବିଶ୍ୱ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟପେୟରେ ଅନିୟମିତତା ଯେଉଁଭଳି ଭାବେ ପରିଲକ୍ଷିତ ହେଉଛି, ଏଭଳି ଧାରା ଆଗରୁ ଜାରି ରଖିଲେ ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତିନି ବର୍ଷରେ ଏକ କୋଟି ୩୯ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କାଯାଇଛି । ଦେଶରେ ବାର୍ଷିକ ୮ଲକ୍ଷରୁ ଅଧିକ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ୨୬ହଜାର ୬୬୬ଜଣ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ଅଜି କାର୍ଯ୍ୟକ୍ରମ ରହିଛି ।ଦେଶରେ ବାର୍ଷିକ ୮ଲକ୍ଷରୁ ଅଧିକ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ତମାଖୁ ବ୍ୟବହାର ଯୋଗୁଁ ୩୫ରୁ ୫୦ ପ୍ରତିଶତ ଆକ୍ରାନ୍ତ । ଜୀବନଶୈଳୀରେ ପରିବର୍ତ୍ତନ, ତମାଖୁ ବ୍ୟବହାର, ଖରାପ ଖାଦ୍ୟ ଅଭ୍ୟାସ ଓ କମ୍ ଶାରୀରିକ ଶ୍ରମ ଯୋଗୁଁ ବ୍ୟାପୁଛି କ୍ୟାନସର । ଏଥିପାଇଁ ବ୍ୟାପକ ସଚେତନତାର ରହିଛି ଆବଶ୍ୟକତା । ଲକ୍ଷଣ ଦେଖାଦେଲେ ଭୟଭୀତ ନହୋଇ ଡାକ୍ତରଙ୍କ ସହ ପରାମର୍ଶ କଲେ କ୍ୟାନସରଠାରୁ ମଧ୍ୟ ଜିତିହେବ ବୋଲି କ୍ୟାନ୍ସର ସର୍ଭାଇବର୍ ମତ ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital