ଆଜି ଦୋଳପୂର୍ଣ୍ଣିମା, କାଲି ହୋଲି

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ । ସୁସଜ୍ଜିତ ବିମାନରେ ଆସୁଛନ୍ତି ପ୍ରଭୁ ରାଧାକୃଷ୍ଣ । ମେଳଣ ପଡ଼ିଆରେ ଜମୁଛି ଭିଡ଼ । ଫଗୁ ଖେଳୁଛନ୍ତି ରାଧାକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଲାଗି କରାଯିବ। । ଏନେଇ ଦୋଳ ବେଦି କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି lଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ । ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ଦିନ ସମାପ୍ତ ପର୍ବକୁ ବା ଦୋଳକୁ ରାଜଦୋଳ କୁହାଯାଉଥିବା ବେଳେ, ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ପାଳିତ ଦୋଳକୁ ପଞ୍ଚୁଦୋଳ କୁହାଯାଇଥାଏ । ପଞ୍ଚୁଦୋଳକୁ ପାଞ୍ଚଦିନିଆ ମହୋତ୍ସବ ବୋଲି କେହି କେହି କହିଥାନ୍ତି । ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ ।

ଅଧିକ ପଢନ୍ତୁ