ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ବରକୁ ଟେକିନେଲା ପୋଲିସ

ହାତଗଣ୍ଠି ପୂର୍ବରୁ ହାତକଡି । ଆଜି ପଡିଥାନ୍ତା ହାତଗଣ୍ଠି, ବେଦୀକୁ ଯିବା ପୂର୍ବରୁ ଟେକିନେଲା ପୋଲିସ ।ଗିରଫ ଅଭିଯୁକ୍ତ ସିଦ୍ଧାର୍ଥ ଶଙ୍କର ରଥ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଇଞ୍ଜିନିୟରି ସିଦ୍ଧାନ୍ତ ଶଙ୍କର ରଥ । ସିଦ୍ଧାନ୍ତଙ୍କ ଘର ଗଞ୍ଜାମ ବିଶ୍ବନାଥପୁରରେ ।

ଆଜି ସିଦ୍ଧାନ୍ତଙ୍କ ଥିଲା ବାହାଘର । ହେଲେ ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିଥିଲେ ମଧ୍ୟ ବିବାହ କରିନଥିଲେ । ପରେ ପ୍ରେମିକା ଜଣକ ଜାଣିବାକୁ ପାଇଥିଲେ ସିଦ୍ଧାର୍ଥର ବାହାଘର ହେଉଛି । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ମଙ୍ଗଳବାର ରାତିରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଅଧିକ ପଢନ୍ତୁ