ଆଜି ପବିତ୍ର ଇଦ୍ ଉଲ ଫିତର

ଆଜି ପବିତ୍ର ଇଦ୍-ଉଲ୍-ଫିତର୍। ମୁସଲମାନଙ୍କ ବଡ଼ ପର୍ବ ଇଦ୍। ସାରା ରାଜ୍ୟରେ ପାଳନ ହେଉଛି ଇଦ୍। ଏନେଇ ଚଳ ଚଞ୍ଚଳ ସମସ୍ତ ମସଜିଦ୍। ମସଜିଦ୍‌ରେ ସମୂହ ନମାଜ ପାଠ ଚାଲିଛି । ମାସେ ଧରି ରମଜାନ ପାଳନ ପରେ ତ୍ୟାଗର ଏହି ପର୍ବ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ମସଜିଦରେ ଇଦ୍ ପାଳନ କରାଯାଉଛି। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ। ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି। ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏକ ସୁଯୋଗ ଦେଇଥାଏ।ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ଓ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ଭାଇ ଭଉଣୀମାନେ। ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି।

ଅଧିକ ପଢନ୍ତୁ