ଆଜି ପବିତ୍ର ଗୁଡ୍ ଫ୍ରାଇଡେ । ପ୍ରଭୁ ଯୀଶୁଙ୍କ ବଳିଦାନର ଦିନ। ଇଷ୍ଟର ସଣ୍ଡେ ପୂର୍ବରୁ ଆସୁଥିବା ଶୁକ୍ରବାରକୁ ଗୁଡ୍ ଫ୍ରାଇଡେ କୁହାଯାଏ। ଏହି ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଯାଇଥିଲା। ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ପବିତ୍ର ଓ ଶୋକର ଦିନ।ବାଇବଲ ଏବଂ ଖ୍ରୀଷ୍ଟିଆନ ବିଶ୍ୱାସ ଅନୁସାରେ, ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ, ମାନବତା ପ୍ରତି ଧାର୍ମିକତା ଏବଂ ପ୍ରେମର ବାର୍ତ୍ତା ପ୍ରଚାର ପ୍ରସାର କରିବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ଜେରୁସାଲେମରେ ଗିରଫ କରାଯାଇଥିଲା। ତାଙ୍କୁ କଣ୍ଟା ମୁକୁଟ ପିନ୍ଧାଇ କ୍ରୁଶବିଦ୍ଧ କରାଯାଇଥିଲା।ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ, ଯୀଶୁ ଖ୍ରୀଷ୍ଟ ମାନବଜାତିର ପାପ ପାଇଁ ନିଜକୁ ବଳିଦାନ ଦେଇଥିଲେ । ସେ ସମସ୍ତଙ୍କ ପାଇଁ କଷ୍ଟ ସହିଲେ ଯେପରି ମଣିଷ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ନିକଟତର ହୋଇପାରିବ। ଏହି ଦିନଟିକୁ ‘ଗୁଡ୍’ ବା ‘ଶୁଭ’ କୁହାଯାଏ । କାରଣ ଯୀଶୁଙ୍କ ମୃତ୍ୟୁ ପରେ ହିଁ ମାନବ ଜାତି ପାଇଁ ଉଦ୍ଧାରର ବାଟ ଫିଟିଥିଲା ।
