ବକ୍ରୀ ଇଦ ମୁସଲମାନ ପଞ୍ଜିକା ର ଅନ୍ତିମ ଅର୍ଥାତ ଦ୍ୱାଦଶ ମାସ(ଦୁ ଆଲ ହିଯାଃ) ରେ ପାଳନ କରାଯାଇଥାଏ|ଚନ୍ଦ୍ର ର ଗତି ବିଧି ଅନୁସାରେ ପରିଚାଳିତ ହୁଇଥିବା ମୁସମାଲ ପଞ୍ଜିକା ପ୍ରକୃତରେ ଗ୍ରେଗୋରିଆନ କ୍ୟାଲେଣ୍ଡର ହିସାବ ରେ ପରିବର୍ତନ ହୋଇଥାଏ |ଏହି ଦିନକୁ ବିଶ୍ୱ ସାରା ମୁସଲାମ ଧର୍ମ ର ଭକ୍ତ ମାନେ ବେଶ ଜୋରଦାର ରେ ପାଳନ କରିଥାନ୍ତି | ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ ପାଳନ କରିଥାଆନ୍ତି। ଦେଶ ସାରା ମସଜିଦରେ ଚାଲିଛି ନମାଜ ପାଠ।ଏହି ସମୟରେ ମୁସଲାମ ମାନେ ହଜ ବା ତୀର୍ଥ ରେ ଯାଇଥାନ୍ତି |ଏହି ହଜ କୁ ସମସ୍ତ ମୁସଲମାନ ଜୀବନରେ ;ଅତିକମ ରେ ଥରେ ଯିବାର ମାନ୍ୟତା ରହିଛି |
ବକ୍ରୀ ଇଦ ନାମ ହୋଇଥିବାରୁ ଏହି ଦିନ ଏକ ପ୍ରାଣୀ ର ବଳି ପଡେ ଏବଂ ଏହାକୁ ସୁଆଦିଆ ବ୍ୟଞ୍ଜନ ଭାବେ ରାନ୍ଧି ପରିବାର ବର୍ଗ ମାନେ ବେଶ ହସ ଖୁସି ରେ ମିଶିକି ଖାଇଥାନ୍ତି |ଏହାକୁ ଗରିବ ମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ |ବକ୍ରୀ ଇଦ ୩ ଦିନ ଯାଏ ପାଳନ କରାଯାଇଥାଏ |ଏହି ଦିନରେ ସକାଳୁ ଉଠି ଅଃଳାଃ ଙ୍କୁ ପାର୍ଥନା କରିବା ସାଙ୍ଗରେ ସମସ୍ତ ଙ୍କର ମଙ୍ଗଳ କାମନା କରାଯାଇଥାଏ |ଏହା ବ୍ୟତୀତ ନୂତନ ପରିଧାନ ସହ ବିଭିନ୍ନ ଉପହାର ମଧ୍ୟ ପରସ୍ପର କୁ ଦେବା ସହ ପରିବାର ବର୍ଗ ମିଶି ପାରମ୍ପରିକ ଖାଦ୍ୟ ଖାଇବା ସାଙ୍ଗରେ ଇଦ ର ଅନ୍ତିମ ଦିନରେ ଏକ ବୋଦା ଛେଳି କୁ ବଳି ପକାଇ ତାହାକୁ ଭୋଜି ଭାବେ ଖାଇଥାନ୍ତି |ଏହା ଦ୍ୱାରା ସେମାନେ ସନ୍ଥ ଇବ୍ରାହ୍ମୀମ ଙ୍କର ବଳିଦାନ ଏବଂ ଈଶ୍ୱର ଙ୍କର ତାଙ୍କ ଉପରେ ଥିବା କୃପା କୁ ଦର୍ଶାଇଥାନ୍ତି |