ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।

ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ପବିତ୍ର ମହାଳୟା । ଆଜି ହେଉଛି ସେହିଦିନ ଯେବେ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳୀୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଆଜି ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ । ତେବେ ବିଧି ପରମ୍ପରା ଅନୁଯାୟୀ ମହାଳୟା ତିଥିରେ ଅଟାଗୁଳାର ପିଣ୍ଡ ତିଆରି କରି ଦାନ କରିବା ସହିତ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ ମଧ୍ୟ କରାଇଲେ ପିତୃପୁରୁଷ ମୋକ୍ଷ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧକୁ ମୌଳାଶ୍ରାଦ୍ଧ ମଧ୍ୟ କୁହାଯାଇଥାଏ ।

ଅଧିକ ପଢନ୍ତୁ