ଆଜି ପବିତ୍ର ରକ୍ଷା ବନ୍ଧନ ।

ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଧାର୍ମିକ ପରମ୍ପରା ଓ ରୀତିନୀତିରେ ଏହି ରକ୍ଷା ବନ୍ଧନ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି । ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମୋତ୍ସ ନୀତି ପାଳିତ ହେବ ।

ତେବେ ପ୍ରଭୁ ବଳଭଦ୍ରଙ୍କ ଏହି ପବିତ୍ର ଜନ୍ମୋତ୍ସବ ବିଧି ବିଧାନର ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ଭୋଗମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ । ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯିବ । ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠିଦେବୀଙ୍କୁ ରଖାଯାଇ ପୂଜାବିଧି ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ

ଅଧିକ ପଢନ୍ତୁ