ଆଜି ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍ଧାମ୍ ଜାକଜମକରେ ପାଳିତ ହୋଇଥାଏ ରାମନବମୀ । ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ବ୍ରତଧାରୀମାନେ ଏହିଦିନ ଉପବାସ କରନ୍ତି । ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି । ଏହି ଦିନ ପ୍ରାସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରୀ ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ ।ଏପଟେ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ନୟାଗଡ ଜ଼ିଲ୍ଲା ଫତେଗଡ଼ ରାମ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭୋର ସାଢେ ୪ଟାରେ ପ୍ରଭୁଙ୍କ ପହଡ ଖୋଲିଥିଲା । ଅବକାଶ, ଦୁଆର ଫିଟା ନୀତି, ମଙ୍ଗଳ ଆଳତି ସାରି ସର୍ବସାଧାରଣ ଦର୍ଶନ ଚାଲିଛି । ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅଗ୍ନିଶମ ବିଭାଗ, ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଛି । ପାହାଡ଼ ତଳେ ପୋଲିସ ପକ୍ଷରୁ ଗାଡି ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ପାହାଡ଼ ତଳରୁ ଶ୍ରଦ୍ଧାଳୁ ଧାଡିରେ ଚାଲି ଚାଲି ଆସି ଆସି ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ।
