ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ। ଭାରତୀୟ ରାଜନୀତିର ସେ ଅଟଳ ରାଜନେତା । ଏମିତି ବ୍ୟକ୍ତିତ୍ୱ ନା ଶୁଣିଲେ ବି ଥରିଉଠନ୍ତି ଶତ୍ରୁ ରାଷ୍ଟ୍ର । ଉଚ୍ଚ ସ୍ୱରରେ କଥା ନହେଲେ ବି ପଦିଏ କଥାରେ ବିରୋଧୀ ଚିତ୍ । ତେବେ ସାରା ଦେଶ ତାଙ୍କୁ ଜଣାଉଛି ଶ୍ରଦ୍ଧାଞ୍ଜଳୀ । ତାଙ୍କର ଗୋଟିଏ କବିତା ଆଜି ମନରେ ଗୁଞ୍ଜରିତ ହେଉଛି । ହାର ନେହିଁ ମାନୁଙ୍ଗା, ରାରୁ ନେହିଁ ଠାନୁଙ୍ଗା…କାଲ କେ କପାଲ ପର ଲିଖତା ମିଟାତୁ ହୁଁ, ଗୀତ ନୟା ଗାତା ହୁଁ….ଅଟଳ ବିହାରୀ ବାଜପେୟୀଙ୍କ ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି। ଦେଶର ସର୍ବାଙ୍ଗୀନ ବିକାଶ ପ୍ରତି ତାଙ୍କର ସମର୍ପଣ ଏବଂ ସେବା ମନୋଭାବ ସମସ୍ତଙ୍କୁ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ ଦେବାକୁ ପ୍ରେରଣା ଦେବ।୧୬ ମାର୍ଚ୍ଚ ୧୯୯୯, ଦେଶର ପ୍ରଧାନମନ୍ତ୍ରୀ ଥିଲେ ଅଟଳବିହାରୀ ବାଜପେୟୀ । ଭାରତ-ପାକିସ୍ତାନର ସମ୍ପର୍କ ସୁଧାରିବା ପାଇଁ ସେ ଦୁଇ ଦେଶ ମଧ୍ୟରେ ଆରମ୍ଭ କରିଥିଲେ ବସ୍ ସେବା । ଆଉ ଅଟଳ ଜୀ ନିଜେ ବସରେ ବସି ଅମୃତସରରୁ ଲାହୋର ଯାଇଥିଲେ । ସେଠାରେ ଗଭର୍ନର ହାଉସରେ ଏମିତି ଭାଷଣ ଦେଇଥିଲେ ଯେ ପାକିସ୍ତାନର ରାଜନେତା ମାନେ ତାଳି ନମାରି ରହିପାରିନଥିଲେ । ସେ ଏକାଧାରରେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ ପାଦ ଥାପିଥିଲେ । ଦେଶର ଜଣେ ସାଲିସବିହୀନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଭାବେ ଶେ ବିଶ୍ୱବିଦିତ । ଆଜି ହେଉଛି ସେହି ମହାନ ରାଜନେତାଙ୍କ ଶ୍ରାଦ୍ଧ ବାର୍ଷିକୀ ।
