ଆଜି ପ୍ରକାଶ ପାଇଲା ଓଜେଏସ୍-୨୦୨୩ ପରୀକ୍ଷା ଫଳ

ଓଡ଼ିଶା ଲୋକସେବା ଆୟାଗ ଦ୍ବାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍‌) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ୩୩ଜଣ ପରୀକ୍ଷାର୍ଥୀ। ଏ ନେଇ ସୂଚନା ଜାରି କଲା ଓପିଏସସି। କୃତକାର୍ଯ୍ୟଙ୍କ ମଧ୍ୟରେ ୨୪ ଜଣ ଝିଅ ପରୀକ୍ଷାର୍ଥୀ।ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି। ଏଥିସହ ଅରୁଣିଆ ପତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ପାଏଲ ଅତ୍ତା ତୃତୀୟ।

ଅଧିକ ପଢନ୍ତୁ

Odisha Darpan Digital