ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ।

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨-୨୩ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୪୨୫ ଜଣ ପୁଅ ଏବଂ ୨୫୮ ଜଣ ଝିଅ ନିଯୁକ୍ତି ପାଇବେ ।ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି। ତେବେ ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital