ପ୍ରାଣ ପ୍ରତିଷ୍ଠାରେ ଓପିଡି ରହିବ ଖୋଲା, ସର୍କୁଲାର ଜାରି

ପୂର୍ବ ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ହସ୍ପିଟାଲ ଓପିଡି ବନ୍ଦ ରହିବ ବୋଲି ଆଦେଶ ଦିଆଯାଇଥିଲା । ତେବେ ଏହାକୁ ଫେରାଇ ନେଇଛନ୍ତି କର୍ତ୍ତୃପକ୍ଷ । ଅନ୍ୟ ହସ୍ପିଟାଲ ମାନେ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ।

ଯାହା ଦ୍ୱାରା ରୋଗୀ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ରୋଗୀ ସେବା ସୁବିଧା ପାଇପାରିବେ। ସମସ୍ତ ଜଟିଳ କ୍ଲିନିକାଲ କେୟାର ସେବା କାର୍ଯ୍ୟକ୍ଷମ ରହିବ। ସମସ୍ତ କେନ୍ଦ୍ରର ମୁଖ୍ୟ, ବିଭାଗର ମୁଖ୍ୟ, ୟୁନିଟ ଏବଂ ଶାଖା ଅଧିକାରୀଙ୍କୁ ଏହା ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏନେଇ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି।

ଅଧିକ ପଢନ୍ତୁ