ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ

ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ବଡ଼ ଦିନ ପାଳନ କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କ୍ୟାରୋଲ ସଙ୍ଗ ଗାଇବା ପରେ ଯୀଶୁଙ୍କ ଜୀବନ କଥା ଶୁଣିଥିଲେ ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବଡ଼ ଦିନ ପାଇଁ ଚର୍ଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି । ହିମାଚଳ ପ୍ରଦେଶରେ ଥିବା ବହୁ ପୁରୁଣା ଚର୍ଚ୍ଚରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କେରଳର ଥ୍ରିସୁରରେ ଥିବା କାଥେଡ୍ରାଲକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ମୁମ୍ବାଇରେ ଥିବା ଚର୍ଚ୍ଚରେ ଖ୍ରୀଷ୍ଟିଆନ ଶ୍ରଦ୍ଧାଳୁମାନେ ଏକାଠି ହୋଇ କାରୋଲ ଗାନ କରିଥିଲେ ।

ଅଧିକ ପଢନ୍ତୁ