ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ।

ଜନ ଜାତୀୟ ଗୌରବ ଦିବସ ପାଳନ ପାଇଁ ଜନତା ମଇଦାନରେ ଭବ୍ୟ ଆୟୋଜନ । ଯୋଗ ଦେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଭୁବନେଶ୍ୱର ଜନତା ମୈଦାନରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ପାଳନ ହେବ ସମାରୋହ । ଭିସିରେ ଯୋଡି ହେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ ପ୍ରାୟ ହଜାର ହଜାର ଲୋକ ସାମିଲ ହେବେ ।

ଏହିକ୍ରମରେ ନଭେମ୍ବର ୧୫ ତାରିଖରେ ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯିବ । କିସ୍ ବିଶ୍ବ ବିଦ୍ୟାଳୟରୁ ଅନେକ ଆଦିବାସୀ ଛାତ୍ରଛାତ୍ରୀ ଯୋଗ ଦେବେ।ଆଦିବାସୀ ପାରମ୍ପରିକ ବାଦ୍ୟ ଓ ସଙ୍ଗୀତରେ ଦୁଲୁକିବ ଜନତା ମଇଦାନ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ଦୁଇଟି ଷ୍ଟେଜ ସହ ଲୋକଙ୍କ ବସିବା ପାଇଁ ସୁବିଧା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯାଇଛି । ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅଧିକ ପଢନ୍ତୁ