ଆଜି ବିଶ୍ବବ୍ୟାପୀ ପାଳନ ହେଉଛି ଆର୍ଟ ଅଫ୍‍ ଗିଭିଂ ଦିବସ ।

ବିଶ୍ବବ୍ୟାପୀ ପାଳନ ହେଉଛି ଆର୍ଟ ଅଫ୍‍ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ଲକ୍ଷ୍ୟରେ ୨୦୧୩ ମସିହା ମେ’ ୧୭ ତାରିଖଠାରୁ ଶିକ୍ଷାବିତ୍‍ ଓ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ‘ଆର୍ଟ ଅଫ୍‍ ଗିଭିଂ’ ପ୍ରୟାସ । ଯାହାକି ସମଗ୍ର ବିଶ୍ବରେ ପ୍ରସାର ଲାଭ କରି ସାରିଛି । ଜାତି, ଧର୍ମ, ବୟସ, ଲିଙ୍ଗ, ଜନ୍ମସ୍ଥାନ ନିର୍ବିଶେଷରେ ଏହି ଦିନଟି ସମସ୍ତଙ୍କ ପାଇଁ ଆଶା, ଖୁସି ଓ ମାନବିକତାର ଦିବସ ରୂପେ ପ୍ରତୀଭାତ ହୋଇଛି । ମଇ ୨ ତାରିଖରୁ ମଇ ୧୬ ତାରିଖ ପର୍ଯ୍ୟନ୍ତ ଏ ନେଇ ପାଳିତ ହୋଇଯାଇଛି ଖୁସିର ପକ୍ଷ । ପଡ଼ୋଶୀଙ୍କ ସହ ଜଳପାନରେ ଏକାଠି ହେବା, ପାଖରେ ରହୁଥିବା ବରିଷ୍ଠ ନାଗରିକଙ୍କୁ ଭେଟିବା, ନିଜ ଛୋଟ ବସତିରେ ବୈଠକ କରିବା କି ସେଥିରେ ଭାଗ ନେବା ଇତ୍ୟାଦି ।

ଅଧିକ ପଢନ୍ତୁ

kc ads