ଆଜି ବିଶ୍ବ କର୍କଟ ଦିବସ, ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ

ଆଜି ବିଶ୍ବ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ‘ବିଶ୍ୱ କର୍କଟ ଦିବସ’ ବା (World Cancer Day) ଭାବେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ୟାନସର ଦିବସ । କର୍କଟ ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।ଏହି ମାରାତ୍ମକ ରୋଗ ବିରୋଧରେ ମିଳିତ ଲଢ଼େଇର ଆବଶ୍ୟକତା ରହିଛି । ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଭୁଲ ଧାରଣା ରହିଛି । ଯାହାକୁ ଦୂରେଇ ସଚେତନ ହେବାର ଆବଶ୍ୟକତା ରହିଛି । ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିଯିବ ବୋଲି ଆଶଙ୍କା ରହିଛି ।

ଭାରତରେ ମାତ୍ର ୨୯% ରୋଗୀ ପ୍ରାଥମିକ ସ୍ତରରେ ଚିହ୍ନଟ ହୁଅନ୍ତି । ଡେରିରେ ରୋଗ ବିଷୟରେ ଜାଣିବା ଯୋଗୁଁ ଚିକିତ୍ସା କଷ୍ଟକର । ମୁଖ୍ୟ କାରଣ ହେଉଛି ତମାଖୁ ସେବନ । ତମାଖୁ ସେବନଯୋଗୁଁ ପ୍ରାୟ ୩୩% କର୍କଟ ହୋଇଥାଏ । ମେଦବହୁଳତା, ଖରାପ ଖାଦ୍ୟପେୟ ଏବଂ ପ୍ରଦୂଷଣ ମଧ୍ୟ ଅନ୍ୟତମ କାରଣ । ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଗର୍ଭାଶୟ କର୍କଟ ଦେଖାଯାଏ । ପୁରୁଷଙ୍କ କ୍ଷେତ୍ରରେ ମୁଖ ଓ ଫୁସଫୁସ କର୍କଟ ଅଧିକ ଦେଖାଯାଏ ।

ଅଧିକ ପଢନ୍ତୁ