ଆଜି ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ

ପ୍ରତିବର୍ଷ ଡିସେମ୍ବର ୨ରେ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରାଯାଏ। ପ୍ରତିଟି ବ୍ୟକ୍ତିଙ୍କର କମ୍ପୁଟର ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଏ। ବିଶେଷ କରି ଭାରତର ଶିଶୁ ଏବଂ ମହିଳାମାନଙ୍କ ମଧ୍ୟରେ ବୈଷୟିକ କୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳିତ ହୁଏ। ସାମ୍ପ୍ରତିକ ଯୁଗରେ କାଗଜ କଲମର ବ୍ୟବହାର କମିଚାଲିଛି । ଦିନେ ଯେଉଁ ନଥିପତ୍ର ଠାରୁ ଆରମ୍ଭ କରି ସ୍କୁଲ କଲେଜରେ ଶିକ୍ଷାଦାନ ଯାଏଁ କାଗଜ କଲମ ଥିଲା ମୁଖ୍ୟ ଆଧାର ଆଜି ସେହି ସ୍ଥାନ ନେଇ ଗଲାଣି କମ୍ପ୍ୟୁଟର । ବିଜ୍ଞାନର ଅଗ୍ରଗତି ହେବା ସହିତ କମ୍ପ୍ୟୁଟରର ଆଗମନ ହେଲା । ସମସ୍ତ କାର୍ଯ୍ୟାଳୟରେ କମ୍ପ୍ୟୁଟର ବ୍ୟବହାର ବଢିଲା କାଗଜ କଲମ ପ୍ରାୟତଃ ନିଶ୍ଚିହ୍ନ ହେବାରେ ଲାଗିଛି ।

କାରଣ କମ୍ପ୍ୟୁଟରରେ ସମସ୍ତ ତଥ୍ୟ ଗଚ୍ଛିତ, ସୁରକ୍ଷିତ ସହ କ୍ଷଣିକ ମଧ୍ୟରେ ଆଦାନ ପ୍ରଦାନ ହୋଇ ପାରୁଛି । ଫଳରେ ସାରା ବିଶ୍ୱରେ ବଢିବାରେ ଲାଗିଛି କମ୍ପ୍ୟୁଟରର ଚାହିଦା ଓ ଏହାକୁ ଚଳାଇବାର ଶୈଳୀ । ତେବେ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପ୍ରଥମେ ୨୦୦୧ ଡିସେମ୍ବର ୨ରେ ଏକ ଭାରତୀୟ କମ୍ପାନୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (NIIT) ଆରମ୍ଭ କରିଥିଲା। NIIT ନିଜର ୨୦ତମ ବାର୍ଷିକୀ ପାଳନ ଅବସରରେ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରିଥିଲା। କମ୍ପ୍ୟୁଟର ଅଧ୍ୟୟନକୁ ଗୁରୁତ୍ୱ ଦିଆଯାଇ ଏହି ଦିନ ଆରମ୍ଭ ହୋଇଥିଲା।

ଅଧିକ ପଢନ୍ତୁ