ଆଜି ବିଶ୍ୱ ଫୁସଫୁସ କ୍ୟାନ୍ସର ଦିବସ

ଶରୀରର ଯେକୌଣସି ଅଙ୍ଗରେ କର୍କଟ ବିପଦପୂର୍ଣ୍ଣ ଏବଂ ସାଂଘାତିକ । ମାରାତ୍ମକ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ ‘ବିଶ୍ୱ ଫୁସଫୁସ କର୍କଟ ଦିବସ’ ଭାବରେ ପାଳନ କରାଯାଏ । ବିଶେଷକରି ଭାରତରେ ଫୁସଫୁସ କର୍କଟ ଏକ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHOର ତଥ୍ୟ ଅନୁସାରେ 2020 ମସିହାରେ ଫୁସଫୁସ କର୍କଟ ହେତୁ ବିଶ୍ବରେ 158 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । 2012 ମସିହାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ଫୋରମ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରେସପେରେଟାରୀ ସୋସାଇଟିସ୍ ଦ୍ୱାରା ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ଫୁସଫୁସ୍ କ୍ୟାନ୍ସର ଏବଂ ଆମେରିକୀୟ କଲେଜ ଅଫ୍ ଚେଷ୍ଟ ଫିଜିସିଆନଙ୍କ ସହାୟତାରେ ଆୟୋଜିତ କରାଯାଇଥିଲା ।

ବିଶ୍ବବ୍ୟାପୀ ପୁରୁଷ ଏବଂ ମହିଳାମାନଙ୍କଠାରେ ଦ୍ୱିତୀୟ ସାଧାରଣ ପ୍ରକାରର କର୍କଟ ଭାବରେ ଫୁସ୍‌ଫୁସ୍‌ କ୍ୟାନ୍ସର, ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି । ଏହି କାରଣରୁ ଅଧିକାଂଶ ପୁରୁଷ ଏବଂ ମହିଳାଙ୍କର ଜୀବନ ମଧ୍ୟ ଯାଉଛି । ତେଣୁ ସଚେତନତାର ଆବଶ୍ୟକତା ମଧ୍ୟ ରହିଛି ।

ଅଧିକ ପଢନ୍ତୁ

Odisha Darpan Digital