ଆଜି ବିଶ୍ୱ ଯୋଗ ଦିବସ ।

ଆଜି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ପାଳୁଛି ୧୧ ତମ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଯୋଗ ଦିବସ ପାଳନ କରିଛନ୍ତି । ଏହାସହିତ ବିଶ୍ୱର କୋଣ ଅନୁକୋଣରେ ସାମୂହିକ ଭାବେ ଯୋଗ ଦିବସ ପାଳିତ ହୋଇଛି । ଚଳିତ ବର୍ଷର ଥିମ୍‌ ରହିଛି -ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ।ଯୋଗ କରିବା ଦ୍ୱାରା ମଣିଷ ରୋଗମୁକ୍ତ ହୋଇଥାଏ। ଯୋଗକୁ ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ବୟସ୍କ ପର୍ଯ୍ୟନ୍ତ ଏହା କରିବା ଜରୁରୀ ରହିଛି। ସମସ୍ତ ଅନୁଷ୍ଠାନରେ ଯୋଗକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକ ରହିଛି।ସୂଚନାଯୋଗ୍ୟ ଯେ, ୨୭ ସେପ୍ଟେମ୍ବର ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ଉଦ୍‌ବୋଧନ ଦେଇଥିଲେ । ଏଥିରେ ସାରା ବିଶ୍ୱକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବ ପରେ ମିଳିତ ଜାତିସଂଘ ମହାସଭା ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ଏହାପରେ ୨୦୧୫ ମସିହା ଜୁନ୍‌ ୨୧ରୁ ସାରା ବିଶ୍ୱରେ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିବର୍ଷ ଠାରୁ ସାରା ବିଶ୍ୱରେ ଜୁନ୍‌ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

ଅଧିକ ପଢନ୍ତୁ

kc ads